Advertisement

ବ୍ୟୁରୋ: ଜଟଣୀ ବ୍ଳକ୍ ଅଧିନ ତରାବୋଇ ଗ୍ରାମରେ ବଜ୍ରାଘାତରେ ଚାଲିଯାଇଛି ୭ଜଣ ଗାଇଙ୍କ ଜୀବନ। ଏଭଳି ଶୋଚନୀୟ ମୃତ୍ୟୁକୁ ନେଇ ତରାବୋଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 
ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଗାଇ ମାନେ ଏକାଠି ହୋଇ ଚରୁଥିଲେ। ହଠାତ୍ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିଥିଲା। ଏହି ସମୟରେ ବଜ୍ରାଘାତରେ ଗାଈ ଗୁଡ଼ିକ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। କିଛି ସମୟ ପରେ ବର୍ଷା ପବନ କମିବାରୁ ଗ୍ରାମବାସୀମାନେ ଗାଈ ଗୁଡ଼ିକ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ମୃତ ଗାଈ ଗୁଡ଼ିକ ସେହି ଗ୍ରାମର ତ୍ରିନାଥ ପ୍ରଧାନଙ୍କର ବୋଲି ଜଣାପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *