ଦେଶ ଖବର
ରାଜନୀତି
ବିଜେଡି ରେ ଯୋଗ ଦେଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର
ବ୍ୟୁରୋ, ୨୮/୧୦: ନୂଆପଡା ଉପନିର୍ବାଚନ ମାହୋଲ ସରଗରମ ହୋଇଥିବା ବେଳେ ଆଜି ବିଜେପିର ପୂର୍ବତନ ସଭାପତି ତଥା ନୂଆପଡାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପ ସଭାପତି ଟେକରାମ ସାହୁ, ପୂର୍ବତନ ନୂଆପଡା ନଗର ସଭାପତି ଉମେଶ ସହିଷ, ବିଜୁ ଜନତା ଦଳରେ ଦଳ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟଶଙ୍କର ଶଙ୍କର ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ।
ଅପରାଧ
ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ
ଜଟଣୀ,୨୩/୮: ପରକୀୟା ପ୍ରୀତିରୁ ଜଟଣୀ ପୋଷ୍ଟ ଅଫିସ ଛକ ନିକଟରେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ । ଜୀବନ ବିକଳରେ ରାସ୍ତା ଉପରେ ଦୌଡ଼ି ଦୌଡ଼ି ଥାନା ଭିତରକୁ ପଶିଗଲେ ଯୁବକ । ଏଭଳି ଦୃଶ୍ୟ ଆଜି ଜଟଣୀରେ ଦେଖିବାକୁ ମିଳିଥିଲା । ପୂର୍ବ ଶତ୍ରୁତା ଏବଂ ପରକ୍ରିୟା ପ୍ରୀତି କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି। ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜଟଣୀ ବଛାରା ପାଟଣାର ଚନ୍ଦନ ନାୟକ । ଚନ୍ଦନଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି I ଚନ୍ଦନଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସୁଶାନ୍ତ ନାୟକକୁ ପୋଲିସ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ର କୁ ଜବତ କରିଛି।
