ଜଟଣୀ,୨୬/୧୧: ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ୭୭ତମ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ବିଭାଗର ମୁଖ୍ୟ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀଙ୍କ ପୌରହିତ୍ୟରେ , ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତୀୟ ସମ୍ବିଧାନର ଆଦର୍ଶ ଏବଂ ଦର୍ଶନ ଶୀର୍ଷକ ଏକ ଆଲୋଚନାଚକ୍ର ସହ ଏକ ଜନସଚେତନତା ସମ୍ପର୍କିତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାଜୀବ କୁମାର କର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକ୍ତ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବିଧାନର ମୂଲ୍ୟବୋଧ ଓ ଦର୍ଶନ ସମ୍ପର୍କରେ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ ।

ପ୍ରଶାସନିକ ଅଧିକାରୀ ଡ. ଅନୁପ କୁମାର ମହାନ୍ତି, ବିତ ଅଧିକାରୀ ଡ. ଅମିତ ବିକ୍ରମ ପଟ୍ଟନାୟକ, ଓଡ଼ିଆ ବିଭାଗର ମୁଖ୍ୟ ତଥା କର୍ମଚାରୀ ସଂଘର ସଭାପତି ଡ. ତପନ ମିଶ୍ର, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଦୀପ ସୁନ୍ଦର ବେହେରା ସମ୍ବିଧାନର ଗୁରୁତ୍ବ ଓ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟଗୀତ ଗାନ କରିବା ପରେ ସାମୁହିକ ଭାବେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ପ୍ରସ୍ତାବନା ପାଠ ସହିତ ଶପଥ ଗ୍ରହଣ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମକବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିବା +୩ ତୃତୀୟ ବର୍ଷର ଛାତ୍ରୀ ସସ୍ମିତା ବେହେରା, ଦ୍ୱିତୀୟ ବର୍ଷର ଛାତ୍ରୀ ତସ୍କିନ ପରୱିନ୍, ଦ୍ବିତୀୟସ୍ଥାନ ଅଧିକାର କରିଥିବା +୩ ଦ୍ବିତୀୟବର୍ଷର ଛାତ୍ରୀ ରଶ୍ମିତା ବେହେରା, ତୃତୀୟସ୍ଥାନ ହାସଲ କରିଥିବା +୩ ଦ୍ଵିତୀୟ ବର୍ଷର ଛାତ୍ରୀ କାଜଲ ମିଶ୍ରଙ୍କୁ ଡ. ବି ଆର ଆମ୍ବେଦକର ମେମୋରିଆଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଅଧ୍ୟାପକ ଦୀପ ସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ରାଜନୀତି ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ କଲେଜ ପରିସରରୁ ହରିଭାଇନା ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ୨ ଶହରୁ ଅଧିକ ଛାତ୍ରଛାତ୍ରୀମାନେ ପ୍ଲାକକାର୍ଡ଼, ବ୍ୟାନର ଧରି ଓ ସମ୍ବିଧାନ ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଉକ୍ତ ଶୋଭାଯାତ୍ରାଟି ଅଧ୍ୟାପକ ଡ. ତପନ ମିଶ୍ର, ବାଳକୃଷ୍ଣ ଚୌଧୁରୀ ଓ ଦୀପସୁନ୍ଦର ବେହେରାଙ୍କ ନେତୃତ୍ବରେ ପରିଚାଳିତ ହୋଇଥିଲା ।





