Advertisement

ବ୍ୟୁରୋ: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ, ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ
ପରଲୋକ ହୋଇଛି। ସ୍ବର୍ଗତ ପାତ୍ର ୨୪ ଡିସେମ୍ବର ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା। ସେ ଜଣେ ଓଡ଼ିଶା ରାଜନୀତିର ଟାଣୁଆ ନେତା ଥିଲେ। ସେ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ସେ ବ୍ରହ୍ମପୁର ମୁନିସିପାଲିଟିର କାଉନସିଲର ଭାବେ ନିର୍ବାଚିତ ହୋଇ ରାଜନୀତିକୁ ଆସିଥିଲେ ।

ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜୁନ 2022ରେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସ୍ବର୍ଗତ ପାତ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଜଙ୍ଗଲ ଓ ପରିବେଶ, ରାଜସ୍ବ ଓ ଶକ୍ତି, ବିଜ୍ଞାନ ଓ ବୈଷୟିକ, ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଦାୟିତ୍ୱରେ ରହିଥିଲେ।

Advertisement

Leave a Reply

Your email address will not be published. Required fields are marked *