ଜଟଣୀ, ୨୫।୧୧: ଜଟଣୀ ବାଛରା ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପରିସରରେ ଆୟୋଜିତ ଶ୍ରୀରାମ ଚରିତ ମାନସ ପାରାୟଣ, ପ୍ରବଚନ ଓ ଜ୍ଞାନ ଯଜ୍ଞ ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି।

ଗତ ୧୬ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୪ ତାରିଖରେ ଭକ୍ତିମୟ ପରିବେଶରେ ସାରିଥିଲା। ପ୍ରତିଦିନ ସକାଳ ସମୟରେ ସୂର୍ଯ୍ୟ ପୂଜା ହେବା ସହ ପୂଜ୍ୟ ସନ୍ଥ ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ଶ୍ରୀରାମ ଚରିତ ମାନସ ବ୍ୟାସ ରାମସୁଖ ଦାସ ମହାରାଜ ପଠନ କରିଥିଲେ।

ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରବଚକ ପଣ୍ଡିତ ବସନ୍ତ କୁମାର ପଣ୍ଡା, ପଣ୍ଡିତ ନିରଞ୍ଜନ ମହାପାତ୍ର, ମହନ୍ତ ସଦାନନ୍ଦ ଦାସ ମହାରାଜ, ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶ୍ରୀରାମ କଥା ଶ୍ରବଣ କରାଇଥିଲେ। ଶେଷ ଦିବସରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।





