Advertisement

ବ୍ୟୁରୋ: ସ୍ଥାନୀୟ ବରପଦା ଗ୍ରାମ ନିକଟ ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି। ମହାନ ଶିକ୍ଷାବିତ, ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ। ଛାତ୍ରଛାତ୍ରୀ ମାନେ ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ,  ବିଦ୍ୟାଳୟର ଗୁରୁ ଓ ଗୁରୁମା ମାନଙ୍କୁ ଚନ୍ଦନ ଲଗାଇ, ମୁଣ୍ଡରେ ଚାଉଳ ଫୁଲ ପକେଇ ବନ୍ଧାପନା  କରି ପୂଜା କରିଥିଲେ।

ଏହାପରେ ଗୁରୁ ଦିବସ ଉପରେ ଏକ ଆଲୋଚନା ଚକ୍ର ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଭାଗ ନେଇ ଗୁରୁ ଦିବସ ଉପରେ କହିଥିଲେ। ଶେଷରେ   ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଅମିଶା ପ୍ରଧାନ ପିଲାମାନଙ୍କୁ  ଗୁରୁ ଦିବସର  ମାହାତ୍ମ୍ୟ ବିଷୟରେ ବୁଝାଇଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁମା ଲକି ଶାସମଲ, ରିତା ପ୍ରଧାନ, ପାୟଲ ବିଶ୍ୱାଳ, ସଜନୀ ମହାପାତ୍ର, ମାଳତୀ ବେହେରା ଓ ଗୁରୁଜୀ ସୁଶାନ୍ତ କୁମାର ସୁବୁଦ୍ଧି, ରଙ୍ଗନାଥ ବେହେରା ଉପସ୍ଥିତ ରହିଥିଲେ। 

Advertisement

Leave a Reply

Your email address will not be published. Required fields are marked *