Advertisement

ଜଟଣୀ: ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ଥାନା ଅଧୀନ ଛଣଘର ଗ୍ରାମର ଅରୁ ଭୋଇ।

ସୂଚନା ମୁତାବକ ଗତ ୨୬ ତାରିଖ ମଧ୍ୟହ୍ନରେ ଯୁବତୀ ଜଣଙ୍କ ଘରେ ଏକା ଥିବା ସମୟରେ,  ଅଭିଯୁକ୍ତ ଅରୁ ପୀଡିତାଙ୍କ ଘରେ ପଶି ବଳ ପୂର୍ବକ ଦୁଷ୍କର୍ମ କରି ପଳେଇଥିଲା। ପୀଡ଼ିତା ଜଣଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରେ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ଜଟଣୀ ପୋଲିସ ଘଟଣାର ତଦନ୍ତକରି ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଟଣୀ ଥାନାଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *