ଜଟଣୀ,୧୦/୧୦: ଜଟଣୀ କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡାନ୍ତ ପାର୍ଥି ତାଲିକା।

ଏଥର ସଭାପତି ପ୍ରାର୍ଥୀ ପାଇଁ ଭବାନୀ ଶଙ୍କର ବାହୁବଳେନ୍ଦ୍ର, ବିଶ୍ଵଜିତ୍ ପ୍ରଧାନ ଓ ରୁଦ୍ର ନାରାୟଣ ରାଉତରାୟ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉପସଭାପତି ପାଇଁ କୃଷ୍ଣଚନ୍ଦ୍ର ପ୍ରଧାନ, ତବାସୁମ୍ ଜାୱେତ୍, ତୁଳସୀ ପଣ୍ଡା, ସେହିପରି ସାଧାରଣ ସମ୍ପାଦକ ପାର୍ଥି ଭାବେ ପ୍ରିୟଙ୍କା ଚମ୍ପତି, ସାଇପ୍ରସାଦ ନାୟକ ଓ ତପସ୍ୟା ନିର୍ବାଚନ ଲଢ଼ୁଛନ୍ତି।

ସହ ସମ୍ପାଦକ ପାଇଁ ସ୍ମୃତିପ୍ରଜ୍ଞା ସାହୁ, ସୁପ୍ରିୟା ପ୍ରଧାନ ପ୍ରତିଦ୍ବନ୍ଦିତା କରୁଛନ୍ତି। କ୍ରୀଡା ସମ୍ପାଦକ ପାଇଁ ବିଶ୍ୱଜିତ୍ ମହାନ୍ତି, ସିଆରାମ ରଣା ଓ ଶୁଭମ୍ ସତ୍ୟଜିତ୍ ହରିଚନ୍ଦନ ଲଢ଼ୁଛନ୍ତି । ସେହିପରି ନାଟ୍ୟ ସଂପାଦକ ପାଇଁ ଆକାଂକ୍ଷା ଦାସ, ସିଦ୍ଧାନ୍ତ ଦାସ ଓ ତୁଳସୀ ପ୍ରଧାନ ପ୍ରାର୍ଥୀ ଭାବେ ମଇଦାନରେ ଅଛନ୍ତି ।

ଏସ୍ଏସ୍ଜି ସଂପାଦକ ଭାବେ ପ୍ରତ୍ୟୁଷ ପ୍ରିତମ୍ ଓ ସୌମ୍ୟରଂଜନ ମହାନ୍ତି ଲଢେଇରେ ଅଛନ୍ତି।କମନ୍ ରୁମ୍ ସଂପାଦକ ପ୍ରାର୍ଥୀ ପାଇଁ ଅଭିରାମ ସାହୁ, ଦେବସ୍ମିତା ଜେନା ପ୍ରତିଦ୍ଵନ୍ଦିତା କରୁଛନ୍ତି ବୋଲି ଜଟଣୀ କଲେଜ ପ୍ରିନ୍ସିପାଲ ସୂଚନା ପ୍ରଦାନ କରିଛନ୍ତି।


