Advertisement

ଜଟଣୀ, ୧୫/୧୦: ସାମାଜିକ ସଙ୍ଗଠନ ପିପୁଲ ଫର ସୋସାଇଟ ଏବଂ ସଙ୍ଗଠିତ ହିନ୍ଦୁ ପରିବାର ପକ୍ଷରୁ ଆସନ୍ତା ୧୮ ଅକ୍ଟୋବର ରବିବାର ଦିନ ଜଟଣୀ ରେ ଅନୁଷ୍ଠିତ ହେବାକୁ ଯାଉଛି ବୀର ପାଇକ ଶୋଭାଯାତ୍ରା ଏବଂ ସନାତନୀ ଏକତା ଯାତ୍ରା।

ଅପରାହ୍ନ ୪ଟା ସମୟରେ ମା’ ଉତ୍ତରାୟଣୀଙ୍କ ମନ୍ଦିର ପରିସରରେ ପାରମ୍ପାରିକ ପାଇକ ଆଖଡା ପଦର୍ଶନ ହେବା ସହ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିବା ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଅମରେନ୍ଦ୍ର ପାଟ୍ଟଶାହାଣୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜଟଣୀ ହେଉଛି ବୀର ପାଇକଙ୍କ ମାଟି । ଏ ମାଟିରେ ଯିଏ ଜନ୍ମ ନେଇଛି ସମସ୍ତେ ହେଉଛନ୍ତି ପାଇକ । ସବୁ ଜାତି, ସବୁ ମତର ବୀର ସନ୍ତାନମାନେ ଦିନେ ଏ ମାଟି ପାଇଁ ରକ୍ତ ଦେଇ ଲଢୁଥିଲେ। ସେମାନଙ୍କର ପାଇଁ ଦିନେ ଓଡିଶାର ସୀମା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଲମ୍ବିଥିଲା । ଦୁର୍ଗାଷ୍ଟମୀ ହେଉଛି ପାଇକମାନଙ୍କର ପାରମ୍ପାରିକ ଶକ୍ତି ପଦର୍ଶନ ର ଦିନ । ଏହି ଦିନ ଦେବୀଙ୍କ ପାଖରେ ମୁଣ୍ଡିଆ ମାରି ପାଇକମାନେ ବୀର ବାଦ୍ୟର ତାଳେ ତାଳେ ପାରମ୍ପାରିକ କଳା କୌଶଳ ଦେଖାଇବା ସହିତ ନିଜର ଶକ୍ତି ପଦର୍ଶନ କରୁଥିଲେ । ସମୟ ବଦଳିଛି । ତାହା ସହିତ ସେହି ପ୍ରାଚୀନ ପରମ୍ପରା କିଛି ମାତ୍ରାରେ ଶୁପ୍ତ ହୋଇଛି । ଏହି ପରମ୍ପରାକୁ ପୁଣି ଥରେ ଜଟଣୀ ମାଟିରେ ଆମେ ପାଳନ କରିବା କାରଣ ପରମ୍ପରା ବଞ୍ଚିଲେ ଆମେ ବଞ୍ଚିବା ।ସେହିଭଳି ଆଜି ସମଗ୍ର ହିନ୍ଦୁ ସମାଜ ଆଗରେ ଅନେକ ସମସ୍ୟା ଠିଆ ହୋଇ ରହିଛି । ଦେଶ ଭିତରେ ଶତ୍ରୁ, ଦେଶ ବାହାରେ ଶତ୍ରୁ । ଯଦି ସମଗ୍ର ହିନ୍ଦୁ ସମାଜ ଏକାଠି ନରୁହେ ତାହେଲେ ଭବିଷ୍ୟତ ଆମ ପାଇଁ ବିପଦପୂର୍ଣ୍ଣ ହେବ । ଇତିହାସ ସାକ୍ଷୀ ଅଛି, ଆମେ କିଭଳି ନିର୍ଯ୍ୟାତନା ସହିଛୁ, ଆମର ମନ୍ଦିର କେମିତି ଭାଙ୍ଗିଛି, ଆମେ କେମିତି ଭୂଖଣ୍ଡ ହରାଇଛୁ। ସମଗ୍ର ହିନ୍ଦୁ ସମାଜ ଭିତରେ ଏକତା ରହିବା ବହୁତ ଜରୁରୀ । ପିପୁଲ ଫର ସୋସାଇଟ ଏବଂ ସଙ୍ଗଠିତ ହିନ୍ଦୁ ପରିବାରର ତେଣୁ ସମସ୍ତ ଜଟଣୀ ବାସୀ ଆସନ୍ତା ୧୮ ଅକ୍ଟୋବର ରବିବାର ଦିନ ବୀର ପାଇକ ଶୋଭାଯାତ୍ରା ଏବଂ ସନାତନୀ ଏକତା ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବାକୁ ସଭାପତି ଶୁଭ୍ରାଂଶୁ ଜେନା କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *