Advertisement

ଜଟଣୀ, ୨୯/୯: ଜଟଣୀ ଗୋପୀନାଥଜୀ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ଜନ୍ମଦିନ ଧୁମଧାମରେ ପାଳିତ ହୋଇଯାଇଛି।

ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ରାଧାରାଣୀଙ୍କ ପୂଜା କରିଥିଲେ। ଅଖିଳ ଭାରତୀୟ ମହିଳା ସମିତି ଜଟଣୀ ଶାଖାର ସଦସ୍ୟମାନେ ରାଧାରାଣୀଙ୍କ ଭାବଭରା ଭଜନ ପରିବେଷଣ କରିଥିଲେ। ସନ୍ଧ୍ୟା ସମୟରେ ମନ୍ଦିରରେ ଭଜନ ସମାରୋହ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜାମସେଦପୁର ଟାଟାରୁ ଆସିଥିବା ପ୍ରସିଦ୍ଧ ଭଜନ ଗାୟକ ପ୍ରଭଜୋତ ସିଂହ (ମନ୍ନୀ) ଏବଂ ତାଙ୍କ ସାଥୀ କଳାକାର ମାତାରାଣୀଙ୍କ ଭାବଭରା ଭଜନ ଗାନ କରି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶେଷରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ। ଗୋପୀନାଥ ମନ୍ଦିର କମିଟିର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *