ଜଟଣୀ,୧୬/୧୧: ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ଆଜିବନ ବିପ୍ଲବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜରେ ସଂସ୍କାର ମୁଳକ କାଯ୍ୟ କରିବାକୁ ଛାତ୍ର ଓ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି ।

ଆଜି ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ସଭାପତି ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ସ୍ଥାନୀୟ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୨୧ତମ ଜୟନ୍ତୀ କାଯ୍ୟକ୍ରମ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ବକ୍ତାମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତ ସମାଜର ହିତ ସାଧନ ସହିତ ଗଠନ ମୁଳକ କାଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାଯ୍ୟକ୍ରମରେ ବରିଷ୍ଠ ନାଗରିକ ସେବା ସଂଘର କାର୍ଯ୍ୟକାରୀ ସଭାପତି ଦିବାକାର ମଙ୍ଗରାଜ, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ପଦ୍ମନାଭ ପାଣିଗ୍ରାହୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ଆଦି ନାରାୟଣ ଖଣ୍ଡୁଆଳ, ବୈଷ୍ଣବ ବରାଳ, ସୁଶାନ୍ତ କୁମାର ରାଉତ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ସାମ୍ବାଦିକ ନିଳାମ୍ବର ମିଶ୍ର, ବିଜୟ କେତନ ଜେନା, ପ୍ରଧାନ ଶିକ୍ଷୟତ୍ରୀ ମାରିୟାମ ସିଘିକା, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ହବିବୁର ରହମନ, କାହ୍ନୁ ଚରଣ ମହାରଣା, ବି.ଭି. ରମଣା, ଭାଗିରଥି ବେହେରା, ଲକ୍ଷ୍ମୀ ମହାରଣା ପ୍ରମୁଖ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ କିଶୋର ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

