ଜଟଣୀ,୧୬/୧୧: ଜଟଣୀ ପ୍ରେସ୍ କ୍ଳବ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଳବ ସଭା ଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ରବୀନ୍ଦ୍ରନାଥ ମହାକୁଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ପ୍ରେସ୍ ଦିବସ ଉପଲକ୍ଷେ ଆୟୋଜିତ ଆଲୋଚନାଚକ୍ର କୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା, ଜଟଣୀ ନଗରପାଳ ଅନନ୍ତ ବେହେରା, ଜଟଣୀ ବାର ଆସୋସିଏସନର ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, କଂଗ୍ରେସ ନେତା ଅଶୋକ କୁମାର ମଙ୍ଗରାଜ ଆଲୋଚନା ଚକ୍ର ର ବିଷୟ ସାମ୍ବାଦିକ କଣ ସବୁ କାମରେ ଠିକା ନେଇଛନ୍ତି? ଉପରେ ଅତିଥିମାନେ କହିଥିଲେ ସମାଜର ସାମଗ୍ରୀକ ବିକାଶ ସହିତ ଦେଶର ଉନ୍ନତିରେ କେବଳ ସାମ୍ବାଦିକଙ୍କ ଉତ୍ତରଦାୟିତ୍ୱ ନୁହେଁ ବରଂ ସମସ୍ତଙ୍କ ଭାଗିଦାରୀ ଵା ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ । ଜଟଣୀ ମାଟିର ସମ୍ମାନ ଓ ସ୍ୱାଭିମାନକୁ ଦୃଷ୍ଟିରେ ରଖି ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ନାମକୁ ଜଟଣୀ ରେଲୱେ ଷ୍ଟେସନ ନାମରେ ନମିତ କରିବା ପାଇଁ ରାଷ୍ଟ୍ରପତି, କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ନିମନ୍ତ୍ରିତ ଅତିଥି ଏବଂ ଜଟଣୀର ବୁଦ୍ଧିଜୀବୀଙ୍କ ଦସ୍ତଖତ ସମ୍ଭଳିତ ଏକ ଦାବିପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି।

ସାମ୍ବାଦିକ ହୃଦାନନ୍ଦ କୋଦମାସିଂ ମଞ୍ଚ ପରିଚାଳନା କରିଥିଲେ। ପ୍ରେସ କ୍ଲବର ସଦସ୍ୟ ସାମ୍ୱାଦିକ ଶ୍ରୀକାନ୍ତ ପରିଜା, ନୀଳାମ୍ବର ମିଶ୍ର, ଲକ୍ଷ୍ମୀଧର ମହାକୁଡ଼, ଅମରେଶ ରାଉତରାୟ, ସଂଗ୍ରାମ ହୋତା, ହରିହର ସ୍ୱାଇଁ, ସଂଜୀବ ସେଠ, ଏମ.ଡି.ଫଜଲୁର, ଏମ.ଡି.ଅତିକ, ଏମ.ଡି.ଇଫତିକାର ଅଲି, ଲଳିତ କୁମାର ମହାରଣା, ଶୁଭେନ୍ଦ୍ର ଶତପଥୀ,ବିଟୁ ମହେଶ ମହେନ୍ଦ୍ର, ଜାଗୃତି ସ୍ୱାଇଁ, ଦିଲ୍ଲୀପ ନାଇଡ଼ୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

