Advertisement

ଜଟଣୀ, ୨୯/୯: ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ୱାର୍ଡ ୮(ଏ) ଅଙ୍ଗନବାଡି ସେଣ୍ଟରରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅଙ୍ଗନବାଡି କୁ ଆସୁଥିବା ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଶୁ ମାନେ ଚିତ୍ର ରେ ରଙ୍ଗ ଦେବା ସହ, ଗୀତ ଗାଇବା, ସାଧାରଣଜ୍ଞାନ ପ୍ରତିଯୋଗିତା ଏବଂ ଖେଳର ରେ ଭାଗ ନେଇଥିଲେ। ଏହା ସହ ଶିଶୁ ମାନେ ଜେଜେ ବାପାଙ୍କ ଠାରୁ ଗପ ଶୁଣିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କ ଅଭିବାବକ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଙ୍ଗନୱାଡି କର୍ମୀ ଜୟଶ୍ରୀ ସାହୁ ଓ ସହାୟିକା ନାଳିନୀ ସେଠୀ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *