Advertisement

ଜଟଣୀ, ୧୫/୧୧: ଜଟଣୀ ଗଣେଶ ପୂଜା ର ୧୮ ଗୋଟି ମୁଖ୍ୟ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ଜଟଣୀ ବିକାଶ ପରିଷଦର ସଭାପତି ବିଜୟ କୁମାର ଛୋଟରାୟଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧିତ କରାଯାଇଛି।

ଜଟଣୀ ଗଣେଶ ପୂଜାକୁ ନିଆରା ଢଙ୍ଗରେ ପାଳନ କରିବା ସହ ପ୍ରତିଯୋଗିତା ମନଭାବ ରଖି ସ୍ୱଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା, ଶ୍ରଦ୍ଧାଳୁ ମାନଙ୍କୁ ପ୍ରତିଦିନ ପ୍ରସାଦ ବଣ୍ଟନ ସହ ଚିତାକର୍ଷକ ଭଷାଣି କରୁଥିବାରୁ ଜଟଣୀ ର ପ୍ରମୁଖ ୧୮ ଗୋଟି ପୂଜା କମିଟି ଓ ଭଷାଣି କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତୋରୀୟ, ମାନପତ୍ର ପ୍ରଦାନ କରି ଜଟଣୀ ବିକାଶ ପରିଷଦ ଦ୍ୱାରା ସୀତାରାମଛକ ରେ ଆୟୋଜିତ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ହାଇଟେକ ମେଡ଼ିକାଲ ର ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ବିଜେଡି ନେତା ମନ୍ମଥ ରାଉତରାୟ , ଅନୁଷ୍ଠାନ ର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଅବନୀ କୁମାର ରାଉତରାୟ ପ୍ରମୁଖ ଯୋଗଦେଇଥିଲେ।

ସମ୍ପାଦକ ସୁଦର୍ଶନ ସୁନ୍ଦରାୟ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ପୂଜା କମିଟି ମାନଙ୍କର ଗଣେଶ ପୂଜା ପ୍ରତି ରହିଥିବା ଶ୍ରଦ୍ଧା ଓ ବିଶ୍ୱାସ ବିଷୟରେ କହିଥିଲେ। କାର୍ଯ୍ୟକ୍ରମ ରେ ତ୍ରିଲୋଚନ ପ୍ରଧାନ, ରାଜେନ୍ଦ୍ର ପଟ୍ଟନାୟକ, ବାବୁ ହୋତା, ସୁଶାନ୍ତ ରାଉତ, ଅମରେଶ ରାଉତରାୟ, ବିଷ୍ଣୁ ସାହୁ, ଶଶାଙ୍କ ଶେଖର ରାୟ, ମନୋଜ ସ୍ୱାଇଁ, ପ୍ରବୀର ମହାନ୍ତି, ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *