ଜଟଣୀ, ୧୭/୬: ଜଟଣୀ ବ୍ଲକ୍ ଅନ୍ତର୍ଗତ ଯାଁଳା ମୁଣ୍ଡମୁହାଁଣ ସ୍ଥିତ ବାବା ଶ୍ରୀଶ୍ରୀ ଗ୍ରାମେଶ୍ଵର ଦେବଙ୍କ ମେଳନ ପଡ଼ିଆରେ ଧୁମଧାମରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଗ୍ରାମେଶ୍ଵର ଯୁବ ପରିଷଦ ଦ୍ୱାରା ଆୟୋଜିତ ଏହି ରଜ ମହୋତ୍ସବ, ପହିଲି ରଜ ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ଉତ୍ସବରେ ଆଖ ପାଖ ଅଞ୍ଚଳର ହଜାର ହାଜର ଲୋକଙ୍କର ଭିଡ଼ ଲାଗିଥିଲା। ଯୁବତୀ ମାନେ ରଜ ଦୋଳି ଖେଳ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ନାଚ, ଗୀତ, ଝୋଟି, ରଙ୍ଗୋଲି, ତାସ୍, ଲୁଡୁ, ପଶା, ପୁଚି, ଦଉଡି ଡିଆଁ, ମିୟୁଜିକ୍ ଚେୟାର, ଚିତ୍ରାଙ୍କନ, କ୍ୟାରମ୍ ଇତ୍ୟାଦି ପ୍ରତିଯୋଗିତାରେ ବିଜୟୀ ପ୍ରତିଭା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

