Advertisement

ଜଟଣୀ, ୨୧/୬: ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ଆନୁକୂଲ୍ୟରେ କଟକ ଇଣ୍ଡୋର୍ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ମୋଟ ୫୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସମ୍ପାଦକ ତଥା ମୁଖ୍ୟ କୋଚ୍ ଏବଂ ଜାତୀୟ ରେଫରି ମାଷ୍ଟର  ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ୨୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୭ ଟି ସ୍ବର୍ଣ୍ଣ ପଦକ, ୧୫ ଟି ରୋପ୍ୟ ପଦକ ଏବଂ ୧୭ ଟି କାଂଶ୍ୟ ପଦକ, ସମୁଦାୟ ୩୯ ଟି ପଦକ ହାସଲ କରିଛନ୍ତି ।  ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ସଂଘ ତରଫରୁ  ଆସିଷ୍ଟାଣ୍ଟ  କୋଚ୍ ବୋମାଲି  ଜାହ୍ନବୀ, ଆୟୁଷ କୁମାର ପାଲ, ସୁଶ୍ରୀ ସାମନ୍ତରା ଏବଂ ଟିମ୍ ମ୍ୟାନେଜର ଭାବେ ଟି ଶ୍ବାତୀ, ମାନସୀ ନାୟକ, ଏବଂ ବିଜୟ କୁମାର ବରାଳ ଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡିଶା ଅଲମ୍ପିକ ସଂଘର ସାଧାରଣ ସମ୍ପାଦକ ଅଭିଜିତ ପାଲ, ରାଜ୍ୟ କ୍ରୀଡ଼ା ବିଭାଗର ସିନିଅର ଫୁଟବଲ କୋଚ ଗଙ୍ଗାଧର ବେହେରା ଓ ବାସ୍କେଟବଲ କୋଚ୍ ପ୍ରଶାନ୍ତ କୁମାର ତରାଇ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ ।  ସ୍ବର୍ଣ୍ଣ ପଦକ ହାସଲ କରିଥିବା ଖେଳାଳି ମାନେ ଆସନ୍ତା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରି ଓଡ଼ିଶା ଏବଂ ଖୋର୍ଦ୍ଧା  ଜିଲ୍ଲାକୁ ଗୌରବାନ୍ଵିତ କରିବେ ବୋଲି  ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ସଂଘ ର ଜିଲ୍ଲା ସଂପାଦକ ମାଷ୍ଟର ଅଜୟ କୁମାର ସାହୁ  ସୁଚନା ଦେଇଛନ୍ତି। ଆଜି ଖୋର୍ଦ୍ଧା ଟାଏକୋଣ୍ଡୋ ଟିମ୍ ର ସଫଳତା ପାଇଁ ଜଟଣୀ ରେତଙ୍ଗ କଲୋନୀ ସ୍ଥିତ ଏସ୍ଏମ୍ଏସ୍ ମାର୍ଶଲ ଆଟ୍ସ ଏକାଡେମୀର ଖେଳାଳି ଓ କୋଚ୍ ଙ୍କୁ ଜଟଣୀବାସୀ   ସମ୍ବର୍ଦ୍ଧନା ଜଣାଇଥିଲେ।

Advertisement

Leave a Reply

Your email address will not be published. Required fields are marked *