Advertisement

ବ୍ୟୁରୋ: ଜଟଣୀ ବ୍ଲକ ପଧାନସାହି ପଞ୍ଚାୟତ ଅଧିନ କୁହା କ୍ଷେତ୍ରପାଳି ସରକାରୀ ଉଚ୍ଚ ବିଦ୍ୟାଳୟର ଆଲୁମିନା କମିଟି ଆନୁକୂଲ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଫଳଗଛ ଚାରା ବଣ୍ଟନ କରଯାଇଛି। ବିଦ୍ୟାଳୟର ପୂରାତନ ଛାତ୍ର, ଆଲୁମିନା କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ  ପରିବେଶ ସୁରକ୍ଷା ଉପରେ ବୁଝାଇଥିଲେ। ଏହା ସହ ସହ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଲୁମିନା କମିଟି ସଭାପତି ସାରଙ୍ଗଧର ସେନାପତି, ସଭ୍ୟ ହୃଷିକେଶ ସେନାପତି, ଅନିଲ କୁମାର ପାଇକରାୟ, ମୂରଲୀଧର ପାଇକରାୟ, ଅକ୍ଷୟ କୁମାର ସେନାପତିଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *