Advertisement

ଜଟଣୀ : ଜଟଣୀ ଥାନା ଅଧିନ ବଡ଼ତୋଟା ଅଞ୍ଚଳରେ ପୋଲିସ ଚଢ଼ାଉ କରି, ଦୁଇଜଣ ପେଶାଦାର ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତକାଲି ଜଟଣୀ ପୋଲିସ ପେଟ୍ରୋଲିଂ କରିବା ସମୟରେ ବିଶେଷସୂତ୍ରରୁ ଖବର ପାଇ, ବଡତୋଟା ଅଞ୍ଚଳରେ ଚଢ଼ାଉ କରି  ଦେଶୀ ଓ ବିଦେଶୀ ମଦ ଜବତ କରିଛି।

ବେଆଇନ ଭାବେ ମଦ ବିକିବା ଅଭିଯୋଗରେ ବଡ଼ତୋଟା ଗ୍ରାମର ରବିନ୍ଦ୍ର ଛୁଆଳସିଂଙ୍କ  ସହ ଭୀମପୁର ଅଞ୍ଚଳର ସୁବାଷ ଭାଣ୍ଡଙ୍କୁ ଗିରଫ କରି, ସେମାନଙ୍କ ଠାରୁ ମୋଟ ୧୨.୧୫୦ ଲିଟର ମଦ ଜବତ କରିଛି।  ପୋଲିସ ଦୁଇ ମଦ ବେପାରୀଙ୍କ ବିରୋଧରେ କେସ ନମ୍ବର ୨୦୯/୨୦୨୩ ଓ ୨୧୦/୨୦୨୩ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୌର୍ଟ ଚାଲାଣ କରିଛି।

Advertisement

Leave a Reply

Your email address will not be published. Required fields are marked *