Advertisement

ଖୋର୍ଦ୍ଧା: ପିର ବାବା ହାଜରତ ଦୁଡ଼ଦିସା ଆଲା ରାମହେମତଉଲାହୀ ବକରାତୁହୁଙ୍କ 39 ତମ ଉର୍ଷ ଉତ୍ସବ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଏହି ଉତ୍ସବ ବେଶ ଆନନ୍ଦ ଉଲ୍ଲାସ ସହ ପାଳିତ କରାଯାଇଥାଏ।

ପିର ବାବାଙ୍କ କାଦିମଦାର ସେକ ନିୟାଜଙ୍କ ପ୍ରଚେଷ୍ଟାରେ ଏହି ଉତ୍ସବ ଚଳିତ ବର୍ଷ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ବରିଷ୍ଠ ବିଜେଡି ନେତା ତଥା ପାଣ୍ଡଵ ଜେନା ଫାଉଣ୍ଡେସନ ଅଧକ୍ଷ ଡ଼. ସନ୍ତୋଷ ଜେନା, ଅଧିବକ୍ତା ଜେ. ପି. ତ୍ରିବେଦି, ସାମ୍ବାଦିକ ରବୀନ୍ଦ୍ରନାଥ ମହାକୁଡ଼ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ସନ୍ତୋଷ ଜେନା ଜଗତର କଲ୍ୟାଣ ଓ ସର୍ବଧର୍ମ ରକ୍ଷା ପାଇଁ ବାବାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅପରାହ୍ନ ସମୟରେ ବାବାଙ୍କୁ ଚାଦର ଚଢ଼େଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିଥିଲା। ବାବାଙ୍କ ଉର୍ଷ ଉତ୍ସବରେ ରାଜ୍ୟ ବାହାରର ପ୍ରଖ୍ୟାତ 6 ଜଣ ମୌଲାବି ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *