Advertisement

ବ୍ୟୁରୋ: ନିର୍ବାଚନ କୁ ଆଉ କିଛି ଦିନ ଥିବାରୁ ଏବେ ପ୍ରଚାର  ମଇଦାନରେ ସମସ୍ତ ପାର୍ଥୀ। ପ୍ରତିଦିନ ଦଳୀୟ ପ୍ରାର୍ଥୀ ଘରକୁ ଘର ବୁଲି ଜୋରସୋରରେ ପ୍ରଚାର କରୁଥିବା ବେଳେ, ସେମାନଙ୍କ ଠାରୁ ପଛରେ ପଡିନାହାନ୍ତି ସ୍ୱାଧୀନ ପାର୍ଥୀ ସୁଜିତ କୁମାର ବଳବନ୍ତରାୟ। ଜଟଣୀ ର  ଯୁବ ସମାଜସେବୀ ଭାବେ ପରିଚିତ ସୁଜିତ ଚଳିତ ନିର୍ବାଚନରେ ସ୍ୱାଧୀନ ପାର୍ଥୀ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଜଟଣୀ ନିର୍ବାଚନ ମଣ୍ଡଳୀର ଯୁବକ ମାନଙ୍କୁ ଏକାଠି କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ସୁଜିତ । ଜଟଣୀ ବାସୀ ଏଥର ପାର୍ଟି ନୁହେଁ ବରଂ ମାଟି ପୁଅକୁ ସମର୍ଥନ କରିବେ ବୋଲି ଆଶା ରଖିଛନ୍ତି ଯୁବ ସମାଜସେବୀ। ଜଟଣୀରେ ରହିଥିବା ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଉଛନ୍ତି ସେ। ଛାତ୍ର ଜୀବନରୁ ରାଜନୀତି କରୁଥିବା ସୁଜିତ, ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲେ। ପରେ ଜିଲ୍ଲାପରିଷଦ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ। ବୁଧବାର ଅପରାହ୍ନରେ ସୁଜିତ ଅନ୍ଧାରୁଆ ପଞ୍ଚାୟତ ଅଧିନ ଦାସପୁରୁ ଠାରେ ଥିବା ମାଳିମା ମନ୍ଧିରରେ ପୂଜା କରି ମା’ଙ୍କର ଆଶ୍ରିବାଦ ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରା ଦାରୁଠେଙ୍ଗ ପର୍ଯ୍ୟନ୍ତ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *