Advertisement

ଜଟଣୀ, ୨୦/୧୦: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର  ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଦ୍ୟାଳୟରେ ୧୯୯୫ ମସିହା ଠାରୁ ୨୦୨୫ ଶିକ୍ଷା ବର୍ଷ ଶିକ୍ଷା ଗ୍ରହଣ କରିଥିବା ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମନାଭ ସାହୁ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତାଭାବେ ଶିକ୍ଷା ବିକାଶ ସମିତିର ଓଡ଼ିଶାର  ପ୍ରାନ୍ତ ନିରୀକ୍ଷକ ମାନନୀୟ ଅଶ୍ୱିନୀ କୁମାର ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ଉପ ସଭାପତି ସରୋଜ କୁମାର ବଳିୟାରସିଂହ, ଯୁଗ୍ମ ସଂପାଦକ ପ୍ରୀତମ୍ ମିଶ୍ର, କୋଷାଧ୍ୟକ ସୁରେନ୍ଦ୍ରନାଥ ସାହୁ ଯୋଗଦେଇଥଲେ।

ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ନବୀନ କୁମାର ସେନାପତି ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟର ଅନୁଭୂତି ବିଷୟରେ କହିଥିଲେ। ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *