Advertisement

ଜଟଣୀ,୯/୧୧: ୨୦୨୫-୨୬ ମସିହା ପାଇଁ ଜଟଣୀ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୬ ପାଇଁ ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ରନାଥ ମହାକୁଡ଼ଙ୍କୁ ସଭାପତି ଓ ସୁରେଶ ମହାରଣାଙ୍କୁ ସମ୍ପାଦକ ସମ୍ପାଦକ ଭାବେ ସଭ୍ୟମାନେ ଚୟନ କରିଥିଲେ। ସେହିପରି ଗୌତମ ମହାରଣାଙ୍କୁ କୋଷାଧକ୍ଷ ଓ ଶୁଭେନ୍ଦ୍ର ଶତପଥିଙ୍କୁ ସଂଗଠନ ସଂଯୋଜକ ଭାବେ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅମରେଶ ରାଉତରାୟ, ରବୀନ୍ଦ୍ର ନାଥ ମହାକୁଡ, ହୃଦାନନ୍ଦ କୋଦମାସିଂହ, ମହମ୍ମଦ ଅତିକ୍, ସୁରେଶ କୁମାର ମହାରଣା, ସଞ୍ଜୀବ କୁମାର ସେଠ, ଗୌତମ ମହାରଣା, ମହମ୍ମଦ ଇସ୍ମାଇଲ ଅଲ୍ଲୀ, ସୁବ୍ରତ ନାୟକ, ହରିହର ସ୍ବାଇଁ, ଯଯାତି କେଶରୀ ପ୍ରଧାନ, ଶୁଭେନ୍ଦ୍ର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *