Advertisement

ଭୁବନେଶ୍ୱର, ୯/୧୧: କଳା ଓ ସଂସ୍କୃତି ଭିତିକ ସାମାଜିକ ଅନୁଷ୍ଠାନ ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ବାର ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରମୁଖ ଶାସନ ସଚିବ  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଡାକ୍ତର ସ୍ନେହ ପ୍ରଭା ସାମନ୍ତରାୟ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ମହାନ୍ତି ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଓଡିଶା ସରକାରଙ୍କ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକବି, ଡ଼ ବିଜୟ କୁମାର ଜେନା ଅଧ୍ୟକ୍ଷ  ସଙ୍ଗୀତ ମହାବିଦ୍ୟାଳୟ ଯୋଗଦେଇଥିଲେ।

ସାଧନାର  ଅଧ୍ୟକ୍ଷ ଗୁରୁ  ସୁଧାଂଶୁ କୁମାର ବିଶ୍ବାଳ ଏହି କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସଭାପତି ଗୁରୁ  ପ୍ରଫେସର ରାମ ହରି ଦାସ ସଭା ପରିଚାଳନା କରିଥିଲେ। ଅନୁଷ୍ଠାନର ଓଡିଶୀ ନୃତ୍ୟ, ଓଡିଶୀ ସଙ୍ଗୀତ , ସମ୍ବଲପୁରୀ ନୃତ୍ୟ, ମଡର୍ଣ୍ଣ ନୃତ୍ୟ ଓ ଚାରୁକଳା ବିଭାଗର କୃତି ଛାତ୍ର ଛାତ୍ରୀ  ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ବିଶ୍ଵାଳ, ସରୋଜ ମିଶ୍ର, , ଲକ୍ଷ୍ମୀ ପ୍ରିୟା ସେଠୀ, ସୁଲୋଚନା ଜେନା, କାଦମ୍ବିନୀ ବିଶ୍ଵାଳ, ମନସ୍ୱୀନି ମିଶ୍ର, ସଙ୍ଗୀତା ମହାପାତ୍ର, ମାନସ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦିକା ଶାଳିନୀ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *