Advertisement

ଜଟଣୀ,୩୦/୪: ଜଟଣୀ ସହରରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଓଡିଆ ଜାତିର ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧୁବାବୁଙ୍କ ଜୟନ୍ତୀ ଉତ୍ସବରେ ଦାବୀ କରିଛନ୍ତି ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ କର୍ମକର୍ତ୍ତା। ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ସଭାପତି ବରିଷ୍ଠ ଆଇନଜୀବୀ ତଥା ସାମାଦିକ ଅବନୀ କୁମାର ରାଉତରାୟଙ୍କ ସଭାପତିତ୍ବରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଥିଲା ।  ଜଟଣୀ ସହରରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସଭ୍ୟମାନେ ଦାବୀ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୁଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ବିଜୟରାମ ମହାନ୍ତି, ସାହିତ୍ୟିକ ଆଦିନାରାୟଣ ଖଣ୍ଡୁଆଳ, ଭକ୍ତବନ୍ଧୁ ଚୌଧୁରୀ, ପୁର୍ବତନ ସରପଂଚ ପ୍ରସନ୍ନ କୁମାର ମହାରଥୀ,ରବିନ୍ଦ୍ର ପ୍ରସାଦ ମିଶ୍ର, ପୁର୍ବତନ ସରପଂଚ ଦିବାକର ମଙ୍ଗରାଜ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ରଜନୀକାନ୍ତ ପଣ୍ଡା, ସାମାଦିକ ଧୂରେନ ପ୍ରତିହାରୀ, ନିଳାସର ମିଶ୍ର, ବୀରକିଶୋର ବାରିକ, ହବିବୁର ରହମାନ, ସନ୍ତୋଷୀ ଜାଲୀ, ଆଶୁତୋଷ ରାୟ, କିଶୋର ପାଇକରାୟ, ପଦ୍ମନାଭ ପାଣିଗ୍ରାହୀ, ସୁରତ କୁମାର ଦଳେଇ, ସଞ୍ଜୟ କୁମାର ବରିଶଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସୁଶାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମଧୁବାବୁଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଜାମ୍ମୁ କାଶ୍ମୀରର ପହେଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *