Advertisement

ଜଟଣୀ,୧୮/୪: ଓଡିଆ ଯୁବକ ଯୁବତୀ ମାନଙ୍କର ପ୍ରେରଣାର ଉତ୍ସ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ନିଜର ତଥା ଓଡିଶାର ସ୍ବାଭିମାନକୁ ବଜାୟ ରଖି ଦେଶ ବିଦେଶରେ ଓଡିଆ ଯୁବକ ଯୁବତୀ ମାନେ ନିଜର ଦକ୍ଷତା ବଳରେ ସୁନାମ ଅର୍ଜନ କରିବା ପାଇଁ ବିଜୁ ବାବୁ ସବୁ ସମୟରେ ଓଡିଶାର ଯୁବକ ଯୁବତୀ ମାନଙ୍କୁ ପ୍ରେରଣା ଦେଉଥିଲେ ବୋଲି ବିଜୁ ବାବୁଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବକ୍ତା ମାନେ କହିଛନ୍ତି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଗୁରୁବାର ସଂଧ୍ୟାରେ ଆୟୋଜିତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଉପସ୍ଥିତ ବକ୍ତା ମାନେ ଆଜିର ଯୁବକ ଯୁବତୀ ତଥା ଛାତ୍ର ସମାଜ ବିଜୁ ବାବୁଙ୍କ ଜୀବନୀ ପଢିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟ ପୌରହିତ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ଆଦି ନାରାୟାଣ ଖଣ୍ଡୁଆଳ, ରବିନ୍ଦ୍ର ପ୍ରସାଦ ମିଶ୍ର, ପୁର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ପ୍ରସନ୍ନ କୁମାର ମହାରଥୀ, ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ରଜନୀକାନ୍ତ ପଣ୍ଡା, ବାସୁଦେବ ସେଠୀ, ସାମ୍ବାଦିକ ଧୀରେନ ପ୍ରତିହାରୀ, ନିଳାମ୍ବର ମିଶ୍ର, ସଞ୍ଜୀବ କୁମାର, ହବିବୁର ରହମାନ, ବାଉରୀବନ୍ଧୁ ପ୍ରଧାନ, ଅଡଭୋକେଟ ଆଶୁତୋଷ ରାୟ, ପ୍ରମୁଖ ବିଜୁ ବାବୁଙ୍କ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବିବୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଶେଷରେ ବାସୁଦେବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *