ଖୋର୍ଦ୍ଧା, ୧୭/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ଘଟିଛି ଏକ ବଡ଼ ଅଘଟଣ।

ଘର ରଙ୍ଗ କରୁଥିବା ବେଳେ ଏସି କମ୍ପ୍ରେସର ଫାଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ସୁଚନା ମୁତାବକ ନିରାକାରପୁର ନନପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ସ୍ଥାନୀୟ ପାଣ୍ଡବ ପାଟଣା ଗ୍ରାମର ଜଣେ ରଙ୍ଗ ମିସ୍ତ୍ରୀ ରଙ୍ଗ କାମ କରୁଥିଲେ। ଏହି ସମୟରେ ହଠାତ୍ ଏସି କମ୍ପ୍ରେସରଟି ପ୍ରଚଣ୍ଡ ଶବ୍ଦରେ ଫାଟି ଯାଇଥିଲା। ବିସ୍ଫୋରଣରେ ରଙ୍ଗ ମିସ୍ତ୍ରୀଙ୍କ ସହ ଘର ମାଲିକାଣୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଛି। ଗୁରୁତର ମହିଳା ହେଉଛନ୍ତି କୁଷୁମ ରାଉତରାୟ ୫୦ ବର୍ଷ ଓ ରଙ୍ଗ ମିସ୍ତ୍ରୀ ହେଉଛନ୍ତି କାଳୁ ବରାଳ ୩୦ ବର୍ଷ।


