Advertisement

ଜଟଣୀ,୧୮/୦୩: ଜଟଣୀ ପୋଲିସ ବେଆଇନ ବ୍ରାଉନ ସୁଗାର ବ୍ୟବସାୟରେ ଲିପ୍ତ ଦୁଇ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ଗ୍ରାମ ଧଳା ଜହର ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ  ଜଟଣୀ ଖୁଦୁପୁର ଗ୍ରାମର ସନ୍ତୋଷ କୁମାର ପାଣ୍ଡିଆ ଏବଂ ବୋଲଗାଡ ଥାନା ଅଧୀନ ଗ୍ରାମର  ବିଦ୍ୟାଧର ନାଏକ। ସୂଚନ ମୁତାବକ ଖୁଦୁପୁର ଛକ ନିକଟରେ ଦୁଇ ଅଭିଯୁକ୍ତ ଧଳା ଜହର ବ୍ୟବସାୟ କରିବା ପାଇଁ  ଠିଆ ହୋଇଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନାଧିକାରୀଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ ସେଠାରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ଗ୍ରାମ ଧଳା ଜହର ଓ ମୋଟରସାଇକେଲ ଜବତ କରିଛି। ଜଟଣୀ ଥାନା କେସ ନମ୍ବର ୧୨୧/୨୫ରେ ମାମଲା ରୁଜୁ ହୋଇଛି।

Advertisement

Leave a Reply

Your email address will not be published. Required fields are marked *