Advertisement

ଜଟଣୀ,୯/୩: ଜଟଣୀ ରାମଚନ୍ଦ୍ରପୁର ଶ୍ରୀହରି ବିହାର ସ୍ଥିତ ଶ୍ରୀଗୁରୁକୁଳ ଆଶ୍ରମ ଗୋଲକ ଧାମ ପରିସରରେ ୦୩ ତାରିଖରୁ ଆରମ୍ଭ ହୋଇଥିବା ୭ଦିନ ବ୍ୟାପି ଅଷ୍ଟାଦଶ ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବ ଆଜି ଉଦଯାପିତ ହୋଇଛି। ଓଡ଼ିଶାର ସୁପରିଚିତ ପ୍ରବକ୍ତା ଡ଼. ପ୍ରଫୁଲ ମିଶ୍ର ୭ଦିନ ବ୍ୟାପି ଶ୍ରୀମଦ୍ ଭାଗବତ କଥା ପ୍ରଦାନ କରିଥିଲେ। ଶ୍ରୀଗୁରୁକୁଳ ଆଶ୍ରମ ଗୋଲାକଧାମର ମୁଖ୍ୟ ସନ୍ଥ ଶ୍ରୀକେଶବ ଦାସଜୀ ମହାରାଜଙ୍କ ନେତୃତ୍ୱରେ  ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଭାଗବତ ସପ୍ତାହ ମହୋତ୍ସବରେ ଯୋଗଦେଇ ଶ୍ରୀମଦ୍ ଭାଗବତ କଥା ଶ୍ରବଣ କରିଥିଲେ। ଉଦଯାପନୀ ଦିବସରେ ବହୁ ଶ୍ରଦ୍ଧାଳୁ ଯୋଗ ପ୍ରସାଦ ସେବନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *