ଜଟଣୀ, ୨୬/୬: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ଅବସରରେ ପିପୁଲ ଫର୍ ସୋସାଇଟି ପକ୍ଷରୁ ଜଟଣୀ ଖୁଦୁପୁର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ରକ୍ତଦାତା ଭାବେ ଯୋଗଦେଇ ରକ୍ତଦାନ କରିଥିଲେ। ସମୁଦାୟ ୧୩୯ ୟୁନିଟ୍ ରକ୍ତ ଆଜି ସଂଗ୍ରହ କରାଯାଇଥିଲା, ଯାହା ଆବଶ୍ୟକ ସମୟରେ ଅନେକ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇ ପାରିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଯୋଗଦେଇ ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ ଜଣାଇବା ସହ ଯୁବପିଢ଼ିଙ୍କୁ ନିୟମିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆହ୍ୱାନ କରିଥିଲେ। ଏହି ରକ୍ତଦାନ ଶିବିରକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ରକ୍ତଦାତା, ରେଡ୍ କ୍ରସ୍ର ରକ୍ତ ସଂଗ୍ରହକାରୀ ଦଳ, ସ୍ୱେଚ୍ଛାସେବୀ, ସମାଜସେବୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ସଙ୍ଗଠନ ପକ୍ଷରୁ ଆନ୍ତରିକ କୃତଜ୍ଞତା ଜଣାଯାଇଛି।

