ଜଟଣୀ, ୨୧/୬: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ଜଟଣୀ ବନମାଳୀ କଲୋନୀ ସ୍ଥିତ ରାଜଯୋଗ ଭବନ ପରିସରରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରାଜଯୋଗ ମୁରଲୀ କ୍ଲାସ ପରେ ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମାକୁମାର ଅଶୋକ ଭାଇ ସ୍ବାଗତ ଭାଷଣ ମାଧ୍ୟମରେ ବିଶ୍ଵ ଯୋଗ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମ ରେ ଜଟଣୀ ବ୍ଲକ ର ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗଦେଇ ଯୋଗ କିପରି ଦୈନଦିନ ଜୀବନରେ ଅପରିହାର୍ଯ୍ୟ ଅଂଶ ସେ ବିଷୟରେ କହିଥିଲେ। ଜଟଣୀ ଆଇ.ଆଇ.ଟି.ର ପି.ଏଚ.ଡି. ବିଦ୍ୟାର୍ଥୀ ମୋହନିସ କୁମାର ସାହୁ ସମସ୍ତଙ୍କୁ ଶାରୀରିକ ଯୋଗର ଅଭ୍ୟାସ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀର ବହୁ ବିଶିଷ୍ଟ ବ୍ୟକ୍ତି, ବ୍ରହ୍ମାକୁମାର, ବ୍ରହ୍ମାକୁମାରୀ ମାନେ ଯୋଗଦେଇଥିଲେ।

