Advertisement

ବ୍ୟୁରୋ: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ଯା। ମୃତା ଛାତ୍ରୀ ଜଣଙ୍କ ହେଲେ କ୍ରୀତିକା ରାଜ। କ୍ରୀତିକା ବି-ଟେକ ୩ୟ ବର୍ଷ ର ଛାତ୍ରୀ ଥିଲେ । ସେ ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି। ତେବେ କଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହ ଘେରରେ ।

ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି, ମୃତ ଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଆଇଆଇଟି ପକ୍ଷରୁ କ୍ରୀତିକାଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଖବର ଦିଆଯାଇଛି। ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *