Advertisement

ଖୋର୍ଦ୍ଧା: ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକ, ଗୁଳିମାଡରେ ଆହତ ସୋମନାଥ ଭୁଜବଳଙ୍କର ଚିକିତ୍ସା ବେଳେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ୭ତାରିଖ, ରାତି୧୦ଟା ସମୟରେ ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକରେ, ସୋମନାଥ ଠିଆ ହୋଇଥିବା ବେଳେ, ଏକ ପିକ୍ଅପ ଭ୍ଯାନରେ କିଛି ଦୁବୃତ ଆସି ସୋମନାଥଙ୍କୁ ଗୁଳିମାଡ କରିଥିଲେ।

ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲ, ପରେ  ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ତାଙ୍କର ଚିକିତ୍ସା ଚାଲିଥିଲା।  ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି ।

ସୋମନାଥ ପୂର୍ବରୁ ଡ୍ରଗ୍ସ କାରବାର କରୁଥିଲା। ନିଶା କାରବାର ଘଟଣାରେ ଜେଲ ଯାଇଥିଲା। କିଛି ଦିନ ହେବ ଜାମିନରେ ଆସି ଖୋର୍ଦ୍ଧାରେ ମାଛ ବ୍ୟବସାୟ କରୁଥିଲା ସୋମନାଥ। ତା ନାମରେ ଏକାଧିକ ମାମଲା ରହିଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *