Advertisement

ଜଟଣୀ: ବନ୍ଧୁକ ଦେଖାଇ ଅପରାଧ ଘଟେଇବା ପାଇଁ ଚାଲିଥିଲା ବ୍ଲୁପ୍ରିଣ୍ଟ। କିନ୍ତୁ ପୋଲିସ ସବୁ ପ୍ଲାନକୁ କରିଦେଲା ଚୁରମାର। ଅପରାଧ ଘଟେଇବା ଆଗରୁ ଅପରାଧୀଙ୍କୁ ଧରିନେଲା ପୋଲିସ। ଆଉ ଜବତ କଲା ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି।

ସୂଚନା ଅନୁସାରେ ଜଟଣୀ ପୋଲିସ ସନ୍ଧ୍ୟା ୭.୧୫ରେ ପେଟ୍ରୋଲିଂ କରୁଥିବା ବେଳେ, ଜଟଣୀ ବେଲପଡ଼ା ମଶାଣି ପଡ଼ିଆ ହନୁମାନ ମନ୍ଦିର ନିକଟରେ, କିଛି ଅପରାଧୀ ଏକାଠି ବସି ବନ୍ଧୁକ ମୁନରେ, ଏକ ବଡ଼ ଅପରାଧ ଘଟେଇବା ପାଇଁ କରୁଥିଲେ ଯୋଜନା।

ସେହିସମୟରେ ଜଟଣୀ ପୋଲିସର ଟିମ୍ ତାଙ୍କୁ ମାଡିବସିଥିଲା। ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଜଟଣୀ ପଦନପୁର ତଳ ସାହିର ଚନ୍ଦ୍ରକାନ୍ତ ହରିଚନ୍ଦନ ଓରଫ ତପୁ।

ପୋଲିସ ଅଭିଯୁକ୍ତ ତପୁ ଠାରୁ ଗୋଟେ ଦେଶୀ ବନ୍ଧୁକ, ଗୋଟେ ଜୀବନ୍ତ ଗୁଳି, ଗୋଟେ ରୟାଲ ଏମଫିଲଡ଼ ମଟରସାଇକେଲ ସହ ଗୋଟେ ମୋବାଇଲ ଜବତ କରି  ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଫେରାର ଅଭିଯୁକ୍ତକୁ ଧରବା ପାଇଁ ଚଢ଼ାଉ ଯାରିରହିଥିବା କହିଛନ୍ତି ଜଟଣୀ ଥାନା ଅଧିକାରୀ ।

Advertisement

Leave a Reply

Your email address will not be published. Required fields are marked *