Advertisement

ଜଟଣୀ,୨୩/୮: ପରକୀୟା ପ୍ରୀତିରୁ ଜଟଣୀ ପୋଷ୍ଟ ଅଫିସ ଛକ ନିକଟରେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ । ଜୀବନ ବିକଳରେ ରାସ୍ତା ଉପରେ ଦୌଡ଼ି ଦୌଡ଼ି ଥାନା ଭିତରକୁ ପଶିଗଲେ ଯୁବକ । ଏଭଳି ଦୃଶ୍ୟ ଆଜି ଜଟଣୀରେ ଦେଖିବାକୁ ମିଳିଥିଲା । ପୂର୍ବ ଶତ୍ରୁତା ଏବଂ ପରକ୍ରିୟା ପ୍ରୀତି କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି। ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜଟଣୀ ବଛାରା ପାଟଣାର ଚନ୍ଦନ ନାୟକ । ଚନ୍ଦନଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି I ଚନ୍ଦନଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ  ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସୁଶାନ୍ତ ନାୟକକୁ ପୋଲିସ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ର କୁ ଜବତ କରିଛି।

Advertisement

Leave a Reply

Your email address will not be published. Required fields are marked *