Advertisement

ଜଟଣୀ,୨୯/୦୩: ଜଟଣୀ କୁଦିଆରି ଗ୍ରାମର ଇଷ୍ଟ ଦେବୀ ମାଆ ଜାଗୁଳାଇଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ।

ଆଜି ସକାଳ ସମୟରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି, ମାଝଣା ପୋଖରୀ ରୁ ଜଳ ଯାତ୍ରା କରି ଜଳ ଆଣିବା ପରେ ମନ୍ଦିର ଯଜ୍ଞ ମଣ୍ଡପରେ ସ୍ଥାପନା ହୋଇଥିଲା । ପରେ ମାଆ ଙ୍କର ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମାଆ ଙ୍କର ମହାସ୍ନାନ ସରିବା ପରେ ମାଆ ଜାଗୁଳାଇଙ୍କୁ ମନ୍ଦିରର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ଶୈଳପୁତ୍ରୀ ବେଶରେ ସୁସଜ୍ଜିତ କରିବା ପରେ, ଭକ୍ତ ମାନେ ମାଆ ଙ୍କର ଦର୍ଶନ କରିଥିଲେ। ପରେ ଆଳତି ଓ ପୁଷ୍ପାଞ୍ଜଳି ନୀତି ଅନୁଷ୍ଠିତ ହୋଇଥିଲା। ମନ୍ଦିର କମିଟିର ସମସ୍ତ ସଦସ୍ୟ ମାନେ ମହୋତ୍ସବ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *