Advertisement

ଜଟଣୀ,୨୮/୦୩: ଜଟଣୀ କୁଦିଆରି ଗ୍ରାମର ଇଷ୍ଟ ଦେବୀ ମାଆ ଜାଗୁଳାଇଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆସନ୍ତା କାଲି ଶନିବାର ଠାରୁ ଆରମ୍ଭ ହେବ। ଏହି ମହୋତ୍ସବ ଆସନ୍ତା ଏପ୍ରିଲ ସାତ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା କାଲି ସକାଳ ଆଠଟାରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି, ମାଝଣା ପୋଖରୀ ରୁ ଜଳ ଯାତ୍ରା କରି ମନ୍ଦିର ଯଜ୍ଞ ମଣ୍ଡପରେ ସ୍ଥାପନା କରିବେ । ପରେ ମାଆ ଙ୍କର ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାରେ ମାଆ ଙ୍କର ମହାସ୍ନାନ ସରିବା ପରେ ଶୈଳପୁତ୍ରୀ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୀଠରେ ଷୋଡଶ ଉପଚାର ପୂଜା,  ଶପ୍ତ ସତୀ ଚଣ୍ଡୀ ଆହୁତି, ଆଳତି ଓ ପୁଷ୍ପାଞ୍ଜଳି ନୀତି ହେବ ବୋଲି ସୂଚନା ଦେଇଛନ୍ତି ମନ୍ଦିରର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା । ମନ୍ଦିର କମିଟିର ସଭପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ ଡ଼ି ମହାନ୍ତି, ଅଶୋକ ଦାଶ , ଭାଗିରଥି ପ୍ରଧାନ,  ପୂର୍ଣଚନ୍ଦ୍ର ସାହାଣୀ , ଚନ୍ଦ୍ରଶେଖର ପଣ୍ଡା ନିତ୍ୟ ସେବକ ଚଟୁ କର, ଦିପୁ ପାଲ , ସୁଶାନ୍ତ ସାହୁ , ସାହିଲ ସାହାଣୀ , ବିକାଶ ବେହେରା ପ୍ରମୁଖ ମହୋତ୍ସବ ପରିଚାଳନା ଦାୟିତ୍ୱରେ ରହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *