Advertisement

ବ୍ୟୁରୋ: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଡ଼ାସାହିର ବିଶ୍ବଜିତ ମହାରଣା , ମୁକେଶ ସେଠୀ ଓ ଜଗତସିଂହପୁର ଜିଲ୍ଲାର ଆକାଶ ପଟ୍ଟନାୟକ।

ସୂଚନା ମୁତାବକ ଗତ ରବିବାର ଦିନ ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ମହମ୍ମଦ ସାଜିଦ୍ ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ। ପରେ ଖୋର୍ଦ୍ଧା ମେଡ଼ିକାଲରେ ଡାକ୍ତର ସାଜିଦଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଅଶାନ୍ତ ହୋଇଥିଲା ଖୋର୍ଦ୍ଧା। ସହରରେ ଶାନ୍ତି ଫେରେଇ ଆଣିବାକୁ ଜିଲ୍ଲାପାଳ ସହର ବାସୀଙ୍କ ସହଯୋଗ ଲୋଡିଥିଲେ। ଏହାସହ ପ୍ରଶାସନ ପକ୍ଷରୁ ମୁକୁନ୍ଦପ୍ରସାଦ ଅଞ୍ଚଳରେ ୧୬୩ ଧାରା ଜାରୀ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *