Advertisement

ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ୨୭ କେଜି ୨୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧାରୋଡ ଆର.ପି.ଏଫ. । ଦୁଇ ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ଦେଓକୁଣ୍ଡ ରାମପୁର ଅଞ୍ଚଳର ରୋହିତ କୁମାର (18) ଓ ସନ୍ତୋଷ କୁମାର (18)। ସୂଚନା ମୁତାବକ ଉଭୟ ଅଭିଯୁକ୍ତ ବ୍ରହ୍ମପୁରରୁ ଦୁଇଟି ବସ୍ତାରେ ୨୭ କେଜି ୨୭୦ ଗ୍ରାମ ଗଞ୍ଜେଇ ସଡ଼କ ପଥ ଦେଇ, ଜଟଣୀ  ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନକୁ ଆଣିଥିଲେ। ପରେ ଟ୍ରେନ ଯୋଗେ ଖୋର୍ଦ୍ଧାରୋଡ ରୁ ପାଟନା ଉକ୍ତ ଗଞ୍ଜେଇ କୁ ଚାଲାଣ କରୁଥିବା ବେଳେ ରେଲୱେ ସୁରକ୍ଷା ବଳଙ୍କ ହାତରେ ଧରା ପଡିଥିଲା। 

Advertisement

Leave a Reply

Your email address will not be published. Required fields are marked *