Advertisement

ବ୍ୟୁରୋ: ଗଠନ ହେଲା ଜଟଣୀ ପାତ୍ରପଡାସ୍ଥିତ ମଦନ ମୋହନ ଦେବଙ୍କ ନୂତନ ପରିଚାଳନା କମିଟି।  ନୂତନ କମିଟିର ସଦସ୍ୟଙ୍କ ପରିଚାଳନାରେ ପ୍ରଭୁ ମଦନମୋହନ ଦେବଙ୍କ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ପରିଚାଳନା କମିଟିର ସଭାପତି ଭାବେ ବାଇଧର ପ୍ରଧାନନଙ୍କୁ ଦାୟିତ୍ୱ ମିଳିଥିବା ବେଳେ, ସାଧାରଣ ସମ୍ପାଦକ ଭାବେ ପଦ୍ମ ଚରଣ ପ୍ରଧାନଙ୍କୁ ମିଳିଛି ଦାୟିତ୍ୱ। ସେହିପରି ଉପସଭାପତି ଭାବେ ଲଲାଟେନ୍ଦୁ ବେବର୍ତ୍ତା, ସହ ସମ୍ପାଦକ ମନମୋହନ ରାଉତରାୟ, କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ସାହୁ ପ୍ରମୁଖଙ୍କୁ ମିଳିଛି ଦାୟିତ୍ଵ । କାର୍ଯ୍ୟକାରୀ କମିଟି ସଦସ୍ୟଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭିମନ୍ୟୁ ପ୍ରଧାନ, ନରହରି ସ୍ୱାଇଁ, ତାରେଶ୍ୱର ସ୍ବାଇଁ, ନାରାୟଣ ମହାନ୍ତି, କେଳୁ ଚରଣ ସାହୁ, ଲକ୍ଷ୍ମୀଧର ବିଶ୍ଵାଳ, ଡମ୍ବରୁଧର ଦଳେଇ, ପ୍ରମୋଦ ଦାସ, ଅଶୋକ ମଙ୍ଗରାଜ, ବିଜୟ ବେବର୍ତ୍ତା।  ଶ୍ରୀ ମଦନମୋହନ ଦେବଙ୍କ ସମସ୍ତ ପର୍ଵ ପର୍ବାଣୀ କିପରି ସୁରୁଖୁରୁରେ ଆୟୋଜିତ ହେବ ସେ ନେଇ ସଭ୍ୟ ମାନେ ଆଲୋଚନା କରିଥିଲେ। ଏହା ସହ ମନ୍ଦିର କିପରି ଆହୁରି ଉର୍ଣ୍ଣତି କରିବ ଓ ଏହାର ପ୍ରଚାର ପ୍ରସାର ହେବ ସେଥିପାଇଁ ଦାୟିତ୍ୱ ନେଇଥିବା ନୂତନ ସଭ୍ୟ ମାନେ ସଂକଳ୍ପ ନେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *