Advertisement

ଜଟଣୀ: ତମ୍ବାଖୁର ଭୟାବହତାକୁ ନେଇ ଜଟଣୀ ବାସୀଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ  ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ରେତଙ୍ଗ କଲୋନୀ ଅଞ୍ଚଳରେ ଥିବା ଆର୍ ଏସ୍ ଟ୍ୟୁଟୋରିଆଲ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା  ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ ରାମଶଙ୍କର ରାମ ଯୋଗ ଦେଇ ତମ୍ବାଖୁ, ସିଗାରେଟ୍ ଆଦି ସେବନର ଭୟାବହତା ଉପରେ କହିଥିଲେ। ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ  ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଅନୁଷ୍ଠାନର ସଭ୍ୟ ଲୁସେନ୍ ରାୟ, ଅକ୍ଷୟ କୁମାର ଦାସ, ନିରୂପମା ସ୍ୱାଇଁ, ଦିଲୀପ ସିଂ, ସଞ୍ଜୟ ବରିସଲ, ଅମୀନ ରାଉତ, ଶରତ କୁମାର ରେଡ୍ଡୀ, ସୁକାନ୍ତ ନାୟକ ପ୍ରମୁଖ ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *