ବ୍ୟୁରୋ: 2024 ସାଧାରଣ ନିର୍ବାଚନକୁ ରହିଲା ଆଉ କିଛି ମାସ ବାକି। ଏବେଠାରୁ ନେତାମାନେ ଆରମ୍ଭ କରିସାରିଲେଣି ନିର୍ବାଚନ ପ୍ରଚାର ସହ କର୍ମୀ ସମ୍ମିଳନୀ । ନେତାମାନେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗଢି, ହେଉଛନ୍ତି ଲୋକମାନଙ୍କ ନିକଟତର। ଗତ କିଛି ଦିନ ତଳେ ବିଜେଡି ଦଳରୁ ବହିଷ୍କାର ହୋଇଥିବା, ବରିଷ୍ଠ ନେତା ତଥା ସମାଜସେବୀ ସନ୍ତୋଷ ଜେନା, 2024 ନିର୍ବାଚନ ପାଇଁ ଆରମ୍ଭ କରିସାରିଲେଣି ତାଙ୍କ ରଣନୀତି।

ସନ୍ତୋଷଙ୍କ ସପକ୍ଷରେ ଜଟଣୀ ନାଗରିକ ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ ଏବେ ଘରକୁ ଘର ବୁଲି କରୁଛନ୍ତି ସନ୍ତୋଷଙ୍କ ପାଇଁ ପ୍ରଚାର। ସନ୍ତୋଷ ଜଟଣୀବାସୀଙ୍କ ପାଇଁ କଣ କରିଛନ୍ତି। କିପରି ଲୋକମାନଙ୍କ ପାଖରେ ସୁଖଦୁଃଖରେ ଠିଆ ହୋଇଛନ୍ତି, ତାହାକୁ ନେଇ ଏକ ଲିଫଲେଟ୍ ପ୍ରିଣ୍ଟ କରାଯାଇଛି। ଏହି ଲିଫଲେଟ୍ କୁ ନେଇ ଜଟଣୀ ନାଗରିକ ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ, ଜଟଣୀ ନିର୍ବାଚନ ମଣ୍ଡଳୀର ଜଟଣୀ ବ୍ଲକ, ଖୋର୍ଦ୍ଧା ବ୍ଲକ ଓ ଭୁବନେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଜଟଣୀ ପୋୖରାଞ୍ଚଳର ଘରକୁ ଘର ବୁଲୁଛନ୍ତି।

ଲୋକମାନଙ୍କୁ ବୁଝାଉଛନ୍ତି ସନ୍ତୋଷ କିପରି ନିଜସ୍ୱ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି, ପାଣ୍ଡବ ଜେନା ଫାଉଣ୍ଡେସନ ମାଧ୍ୟମରେ, ପିଲାମାନଙ୍କ ଶିକ୍ଷାଦାନପାଇଁ ଆର୍ଥିକ ସାହାଯ୍ୟ କରୁଛନ୍ତି। ଲୋକମାନଙ୍କ ଆଖି ପରୀକ୍ଷା କରି ବିନା ମୂଲ୍ୟରେ ଚଷମା ପ୍ରଦାନ ସହ ଅସ୍ତ୍ରପଚାର କରୁଛନ୍ତି। ହୃଦୟ ରୋଗୀ ମାନଙ୍କୁ ବିନା ମୂଲ୍ୟରେ ଅସ୍ତ୍ରପ୍ରଚାର କରୁଛନ୍ତି। କରୋନା ମହାମାରୀ ସମୟରେ ଜଟଣୀରେ ପ୍ରତେକ ଦିନ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବଣ୍ଟନ ସହିତ, କରୋନା ରୋଗୀଙ୍କ ଘର ସାନିଟାଏଜ କରିବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ତେଣୁ ଏଭଳି ବ୍ୟକ୍ତିତ୍ୱଙ୍କୁ କୌଣସି ରାଜନୈତିକ ଦଳ, ଜାତି, ଧର୍ମକୁ ନଦେଖି ଆଗାମୀ 2024 ସାଧାରଣ ନିର୍ବାଚନରେ, ତାଙ୍କୁ ଆଶ୍ରିବାଦ କରିବା ପାଇଁ କର୍ମକର୍ତ୍ତା ମାନେ ଲୋକମାନଙ୍କୁ ନିବେଦନ କରିଥିଲେ।


