Advertisement

ବ୍ୟୁରୋ: କଳା ଓ ସଂସ୍କୃତି ଭିତ୍ତିକ, ରାଜ୍ୟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ, ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ କବି, ଔପନ୍ୟାସିକ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅନ୍ୟାନ୍ୟ ଅତିଥି ଭାବେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ସାଧନା ଅନୁଷ୍ଠାନର ଉପସଭାପତି ଦୁର୍ଗା ଚରଣ ବିଶ୍ୱାଳ ଯୋଗଦେଇଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ଅଧକ୍ଷ ଗୁରୁ ସୁଧାଂଶୁ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ ସହ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଧୁନିକ ଯୁଗରେ ପୁରାତନ କଳାକୁ ବଞ୍ଚାଇ  ରଖିଥିବାରୁ ଅନୁଷ୍ଠାନକୁ ଅତିଥିମାନେ ପ୍ରଶଂସା କରିଥିଲେ। ସାଧନା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁବ ଗୀତିକାର କୁମାର ଲିଟନ ଏହାକୁ ଉପସ୍ଥାପନା କରିଥିଲେ। ଅନୁଷ୍ଠାନର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ଚାରୁକଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଚିତ୍ର ଗୁଡିକୁ ଜୟଦେବ ଭବନର ପ୍ରଦର୍ଶନୀ କକ୍ଷରେ ପ୍ରଦର୍ଶିତ କରାଯାଇଥିଲା ।

ଅନୁଷ୍ଠାନର ସଦସ୍ୟ ସରୋଜ ମିଶ୍ର, ଶୁଭେନ୍ଦୁ ବିଶ୍ୱାଳ, ସୁଶାନ୍ତ କୁମାର ଷଡ଼ଙ୍ଗୀ, ସସ୍ମିତା ପଟ୍ଟନାୟକ , କାଦମ୍ବିନୀ ବିଶ୍ୱାଳ, ମନସ୍ବିନୀ ମିଶ୍ର, ସୁଲୋଚନା ଜେନା, ଲଷ୍ମୀପ୍ରିୟା ସେଠୀ, ମୋନାଲିସା ରଥ, ସାଗରିକା ପୁହାଣ ,ସଙ୍ଗୀତା ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦିକା ଶାଳିନୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ

Advertisement

Leave a Reply

Your email address will not be published. Required fields are marked *