Advertisement

ଖୋର୍ଦ୍ଧା:  ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ 23ତମ ସହିଦ ଦିବସ ପାଳନ ହୋଇଯାଇଛି।  ଚିଲିକା ପାଇଁ ବଳିଦାନ ଦେଇଥିବା ମତ୍ସ୍ୟଜୀବୀଙ୍କୁ ମନେ ପକେଇ ପ୍ରତିବର୍ଷ ଏହି ସହିଦ ଦିବସ ପାଳନ କରାଯାଏ।  ସୋରଣ ଘୋଡାଦହଡ ପେଣ୍ଠ ନିକଟରେ ଚିଲିକା ମତ୍ସ୍ୟଜୀବୀ ମହାସଂଘର ସଭାପତି ଶ୍ୟାମ ସୁନ୍ଦରୀ ବେହେରାଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ଶତାଧିକ ମତ୍ସ୍ୟଜୀବୀ ମାନେ ନଗର ପରିକ୍ରମା କରିବା ସହିତ ସହ ସହିଦ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରି ସ୍ମୃତି ଚାରଣ କରିଥିଲେ । ଚିଲିକା ମା’କୁ ରକ୍ଷା କରିବାକୁ, ଘେରି ଭାଙ୍ଗିବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ।

ସୂଚନା ମୁତାବକ ୧୯୯୯ ମସିହା  ମେ ୨୯ ତାରିଖ ଦିନ, ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମ ଚିଲିକା କୂଳ ଘୋଡାଦହଡ ପେଣ୍ଠ ନିକଟରେ ପ୍ରଶାସନ ସହିତ ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ହୋଇଥିଲା ବିବାଦ ।

ମତ୍ସ୍ୟଜୀବୀ ମାନଙ୍କୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ ଗୁଳିବର୍ଷା କରାଯାଇଥିଲା।  ସେହି ଗୁଳି ମାଡରେ 5ଜଣ ମତ୍ସ୍ୟଜୀବୀ ସହୀଦ ହୋଇଥିଲେ । ସେହି ସହୀଦ ମାନଙ୍କୁ ମନେ ପକେଇ, ମତ୍ସ୍ୟଜୀବୀମାନେ ନିଜର ଏକତା ବଜାୟ ରଖିବା ପାଇଁ ସେବେଠାରୁ ସହୀଦ ଦିବସ ପାଳନ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *