Advertisement

ବ୍ୟୁରୋ,୦୨/୦୩: ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ଆଶା କର୍ମୀଙ୍କ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଆଶା କର୍ମୀଙ୍କ ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସଫଳ କରିବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଛି। ଆଜି ଶତାଧିକ ଆଶା କର୍ମୀ ଶୋଭାଯାତ୍ରାରେ ରାଜସୁନାଖଳା ଦକ୍ଷିଣ କାଳୀ ମନ୍ଦିର ଠାରୁ ବାହାରି ବଜାର ପରିକ୍ରମା କରି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ। ଜାମିନି ରାଣୀ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭ ଶୋଭାଯାତ୍ରାରେ, କର୍ମୀମାନେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ମୋହନ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ୧୯ ବର୍ଷ ହେଲା ଆଶା କର୍ମୀ ମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ବେଛାସେବୀ ଭାବେ କାର୍ଯ୍ୟ କରି ଏଯାବତ ନିୟମିତ କର୍ମଚାରୀର ମାନ୍ୟତା ପାଇ ନଥିବା ବେଳେ ସର୍ବନିମ୍ନ ଦରମା ମଧ୍ୟ ପାଉ ନାହାଁନ୍ତି। ଫଳରେ ଆଶା କର୍ମୀ ମାନେ ସ୍ୱଳ୍ପ ପାଉଣା ପାଇ, ନାହିଁ ନ ଥିବା ହଇରାଣ ହେଉଛନ୍ତି । ସରକାର ତୁରନ୍ତ ନିୟମିତ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ଦରମା ୨୬୦୦୦ ହଜାର ଟଙ୍କା ଓ ପେନସନ ୧୦୦୦୦ ଟଙ୍କା, ମୃତ୍ୟୁ ଓ ଅବସର କାଳୀନ ୧୦ ଲକ୍ଷ ଟଙ୍କା ଓ ସାମାଜିକ ସୁରକ୍ଷା ଯୋଗାଈ ଦେବା ପାଇଁ କର୍ମୀମାନେ ଦାବୀ କରିଥିଲେ। ୧୭ ଦଫା ସମ୍ବଳିତ ଦାବୀ ପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଜଗଦୀଶ ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିଥିଲେ। ରାଜ୍ୟ ସରକାର ୧୭ ଦଫା ସମ୍ବଳିତ ଦାବୀ ଗୁଡିକୁ ତୁରନ୍ତ ପୂରଣ ନ କଲେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଆଶା କର୍ମୀ କହିଥିଲେ।

Advertisement

Leave a Reply

Your email address will not be published. Required fields are marked *