Advertisement

ବ୍ୟୁରୋ: ଇଂରାଜୀ ନବ ବର୍ଷ ଜାନୁଆରୀ ୧ ତାରିଖରୁ ପଲିଥିନ ବ୍ୟବହାର ନକରିବା ପାଇଁ ସମସ୍ତିଙ୍କୁ ସଚେତନତା କରିଛି ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍। ପ୍ରତିବର୍ଷ ଭଳି ଅନୁଷ୍ଠାନର ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠାନର ସମ୍ପାଦକ ଅନନ୍ତ ଶତପଥୀଙ୍କ ନେତୃତ୍ୱରେ, ପୁରୀ ଜିଲ୍ଲା ମା’ ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା। ଆମେ କିପରି ଆମ ପରିବେଶକୁ ସୁରକ୍ଷା ଦେଇପାରିବା ସେହି  ବିଷୟରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ମା’ରାମଚଣ୍ଡୀଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପକ ମହାକୁଡ଼, ଜିତେନ୍ଦ୍ର କୁମାର ପଟ୍ଟନାୟକ, ସାମ୍ବାଦିକ ରବୀନ୍ଦ୍ରନାଥ ମହାକୁଡ଼, ବିଜେଡି ଜିଲା ସମ୍ପାଦକ ମନମୋହନ ରାଉତରାୟ, ଶିବପ୍ରସାଦ ମହାପାତ୍ର, ପୂର୍ବତନ କାଉନସିଲର ବାବୁଲି ସ୍ଵାଇଁ, ଆଇନଜୀବୀ ଅମରେଶ ରାଉତରାୟ, ଯୁବ ସଙ୍ଗଠକ ଆଶୁତୋଷ ପ୍ରତାପସିଂ, ଦିଲୀପ ସାହୁ, ସୁକାନ୍ତ ନାୟକ, ସୁଧାଂଶୁ ସାହୁ, କୁନେଇ ମହାପାତ୍ର, ମିହିରକାନ୍ତ କୋଠାରୀ, ବ୍ରଜବନ୍ଧୁ ପ୍ରଧାନ ପ୍ରମୁଖ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ପଲିଥିନ ବ୍ୟବହାର ନକରିବା ପାଇଁ ବାର୍ତ୍ତା ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *