Advertisement

ବ୍ୟୁରୋ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୀତାକାନ୍ତ ଶତପଥୀ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ସଭା ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।  ଶିଶୁ ମନ୍ଦିର ହେଇଛି ଭାରତୀୟ ସଂସ୍କୃତି ଓ ପରମ୍ପରାର ମୂଳଧାର। ରକ୍ଷା ବନ୍ଧନ ପାଳନର ବିଭିନ୍ନ ଦିଗ ସମ୍ପର୍କରେ ଅତିଥିମାନେ କହିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ଅତିଥିମାନଙ୍କୁ ରାକ୍ଷୀ ପିନ୍ଧାଇଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀମାନେ, ଗୁରୁଜୀ ଗୁରୁମା ମାନେ ରାକ୍ଷୀ ପିନ୍ଧିଥିଲେ। ବିଦ୍ୟାଳୟର ଗୁରୁଜୀ ଓ  ଛାତ୍ରୀମାନେ ବିଭିନ୍ନ ବସ୍ତି, ମେଡିକାଲ, ଥାନା, ପୋଷ୍ଟ ଅଫିସ, ବ୍ୟାଙ୍କ ଯାଇ ସେଠାରେ ବିଭିନ୍ନ ବ୍ୟକ୍ତି ମାନଙ୍କୁ ରାକ୍ଷୀ ବାନ୍ଧି ମିଷ୍ଠ|ନ୍ନ ବଣ୍ଟନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ଗୁରୂ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *