Advertisement

ବ୍ୟୁରୋ: ଯୁବକମାନେ ହେଉଛନ୍ତି ଦେଶର ଭବିଷ୍ୟତ। କିନ୍ତୁ ଆଜିର ଯୁବ ସମାଜ ନିଶା କବଳରେ ପଡି ଖରାପ ରାସ୍ତାରେ ପାଦ ଥାପୁଛନ୍ତି। ତେଣୁ ଯୁବ ସମାଜ ନିଶା ଠାରୁ ଦୂରେଇ ରହିବାକୁ, ଯୁବକମାନଙ୍କୁ ବୁଝାଇଛନ୍ତି ଛାତ୍ରଛାତ୍ରୀ। 

ସେହିପରି ପଥପ୍ରାନ୍ତ ନାଟକ ମାଧ୍ୟମରେ ବାଲ୍ୟ ବିବାହ ନକରିବା ପାଇଁ ଗ୍ରାମବାସୀଙ୍କୁ ସଚେତନତା କରାଇଛନ୍ତି ଛତାବରସ୍ଥିତ ବଉରିବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ। ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ଯାଇ ବିଭିନ୍ନ ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ, କାର୍ଯ୍ୟକ୍ରମର ନୋଡାଲ ଅଫିସର ସମୀର ଜେନା, ରବିନ୍ଦ୍ରନାଥ ସ୍ୱାଇଁ, ପ୍ରଗତି ଦାସ, ଦୀନବନ୍ଧୁ ବେହେରା, ଜିତେନ୍ଦ୍ର ସାମନ୍ତରାୟ, ସଞ୍ଜୀବ ରାୟ, ଅମ୍ବିକା ମିଶ୍ର ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *