Advertisement

ବ୍ୟୁରୋ: ମୋତି ଏକ କୁକୁର ହେଲେ ମଧ୍ୟ ତା ପାଖରେ ଏକ ପ୍ରେମମୟ ହୃଦୟ ଥିଲା , ଯାହା ଆମ ମାନଙ୍କୁ ତା ପ୍ରେମରେ ବାନ୍ଧି ରଖିଥିଲା। ଏଭଳି କିଛି କଥା କହିଛନ୍ତି ପଶୁ ପ୍ରେମୀ କୈଳାସ ବେହେରା। ଜଟଣୀ ବ୍ଲକ ଅଧିନ ତିରିମଲ ଗ୍ରାମରେ ରହୁଥିବା ଅବସର ପ୍ରାପ୍ତ ପୋଲିସ୍ ଅଧିକାରୀ, କୈଳାସ ବେହେରା ନିଜ ପୋଷା କୁକୁର ମୋତିର ଦଶାହ କାର୍ଯ୍ୟ ଖୁବ ଆଡମ୍ବର ସହକାରେ ପାଳନ କରିଛନ୍ତି। ଶ୍ରୀ ବେହେରା ପୋଷା କୁକୁର ମୋତିର ଦଶାହ ପାଳନ କରି ସମାଜକୁ ଜିବେ ଦୟାର ବାର୍ତ୍ତା ଦେଇଛନ୍ତି।

୨୦୧୬ ଡିସେମ୍ବର ୧୩ ତାରିଖରେ ଜନ୍ମ ହୋଇଥିବା କୁକୁର ଛୁଆକୁ ଘରକୁ ଆଣିଥିଲେ। ଆଉ ଶ୍ରଦ୍ଧାରେ ତା ନାଁ ଦେଇଥିଲେ ମୋତି। ମୋତି ଆସିବାର କିଛି ଦିନ ଭିତରେ ଶ୍ରୀ ବେହେରାଙ୍କ ପରିବାରର ପାଲଟି ଯାଇଥିଲା ଏକ ସ୍ୱତନ୍ତ୍ର ସଦସ୍ୟ । କିନ୍ତୁ  ଗତ ୩୧ ତାରିଖରେ ମୋତିର ଦେହାନ୍ତ ପରେ ଭାଙ୍ଗି ପଡିଛନ୍ତି ପଶୁ ପ୍ରେମୀ ଶ୍ରୀ ବେହେରା। ପୋଷା କୁକୁର ମୋତି ର ଆତ୍ମାର ଶାନ୍ତି ପାଇଁ ଦଶାହ କାର୍ଯ୍ୟ ଆୟୋଜନ କରିଥିଲେ। ପଶୁ ପ୍ରେମୀମାନେ ଏକାଠି ହୋଇ ନୂଆ ବସ୍ତ୍ର ପିନ୍ଧି ମୋତି ର ସମାଧି ସ୍ଥଳରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଦେବା ପରେ ଲୋକମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଇଥିଲେ। ଏହି କାର୍ଯକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଛୋଟରାୟ, ପଶୁ ପ୍ରେମୀ ହୃଷୀକେଶ ବଡ଼ଜେନା, ରାଜ କିଶୋର ପ୍ରଧାନ, ଗଦାଧର ରାଉତରାୟ, ସର୍ବେଶ୍ଵର ବେହେରା, ରବୀନ୍ଦ୍ର ରାଉତ, ଗୁଣ୍ଡିଚା ରାଉତରାୟ, ରଧାଶ୍ୟାମ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *