Advertisement

ଖୋର୍ଦ୍ଧା,୧୨/୫: ଖୋର୍ଦ୍ଧା ଗୋଡ଼ି ପୋଖରୀ ଛକ ସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ମାତୃ ଦିବସ ଶନିବାର ପାଳିତ ହୋଇଯାଇଛି। ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ଏହି ପବିତ୍ର ଦିବସ ମହାସମାରୋହରେ ପାଳିତ ହୋଇଥିଲା।

ବିଭିନ୍ନ ଗ୍ରାମରେ ଅବସ୍ଥିତ ବ୍ରହ୍ମାକୁମାରୀ ପାଠଶାଳାରୁ ଆସିଥିବା ଶତାଧିକ ମାଆ ମାନଙ୍କୁ ବ୍ରହ୍ମାକୁମାରୀ ସ୍ୱର୍ଣ୍ଣଲତା ଭଉଣୀ ତିଳକ ଲଗାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଇନର ହ୍ବିଲ୍ କ୍ଲବ୍ ର ସଭାପତି ମନ୍ଦିରା ଦେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧ୍ୟାପିକା ମିନତା ମହାନ୍ତି, ସମାଜସେବୀ ସୁକାନ୍ତି ପଟ୍ଟନାୟକ ଯୋଗଦେଇଥିଲେ। ଅତିଥିମାନେ ନାରୀଶକ୍ତିର ମହତ୍ତ୍ଵ ଓ ମାତୃ ଦିବସର ବିଶେଷତା ବିଷୟରେ କହିଥିଲେ। ପହଲଗାମ୍ ରେ ଦେହ ତ୍ୟାଗ କରିଥିବା ପର୍ଯ୍ୟଟକ ଓ ଭାରତ ପାକିସ୍ତାନ ଯୁଦ୍ଧରେ ଦେହ ତ୍ୟାଗ କରିଥିବା ଶହୀଦ ଭାରତୀୟ ସୈନିକଙ୍କର ଆମର ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପରମାତ୍ମାଙ୍କ ନିକଟରେ ଶାନ୍ତି ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ କବିତା ମାଧ୍ୟମରେ ନାରୀ ଶକ୍ତିର ଗୁଣଗାନ କରିଥିଲେ ଓ ଶେଷରେ ଧନ୍ୟବାଦ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *