Advertisement

ଜଟଣୀ,୨୬/୩: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହେଲେ ଜଟଣୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ। ସୁର୍ଯ୍ୟମଣୀ ବେଆଇନ ଭାବେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଖବର ପାଇ ଭିଜିଲାନ୍ସ ପକ୍ଷରୁ ଗତ କାଲି ଜଟଣୀ ପୌର ପରିଷଦ କାର୍ଯ୍ୟାଳୟ ସମେତ ୧୦ ଟି ସ୍ଥାନରେ ଏକା କାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ। ଯାଞ୍ଚ ସମୟରେ ସୁର୍ଯ୍ୟମଣୀଙ୍କ ଆୟ ଠାରୁ ୧୫୫ ପ୍ରତିଶତ ଅଧିକ ସମ୍ପତି ରହିଥିବା ଜଣା ପଡ଼ିଛି। ଭୁବନେଶ୍ୱରରେ ୪ ଟି ଦାମୀ ଫ୍ଲାଟ, ୨ଟି ବହୁତଳ କୋଠା, ବିଭିନ୍ନ ସ୍ଥାନରେ ୧୧ଟି ଜମି ଏବଂ ନଗଦ ୧୭ଲକ୍ଷ ଟଙ୍କା ସହ ଏକ କୋଟିରୁ ଅଧିକ ଟଙ୍କା ବିଭିନ୍ନ ବ୍ୟାଙ୍କରେ ଜମା ଥିବା  ତଦନ୍ତରୁ ଭିଜିଲାନ୍ସ ଟିମ ଜାଣିବା ପରେ ସୁର୍ଯ୍ୟମଣୀ ପାଟଯୋଶୀଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *